ଓଡିଶା ସରକାର ହେଉଛନ୍ତି ଆଦାନୀଙ୍କ ସରକାର, ଭୁବନେଶ୍ବରରେ ଗର୍ଜ୍ଜନ କଲେ ରାହୁଳ ଗାନ୍ଧୀ

ଭୁବନେଶ୍ବର: ଓଡିଶାରେ ଯେଉଁ ସରକାର ଚାଲିଛି ତାହା ଆପଣମାନଙ୍କର ସରକାର ନୁହେଁ। ଏହା ହେଉଛି ଆଦାନୀଙ୍କ ସରକାର। ଉଭୟ ଓଡିଶା ଓ କେନ୍ଦ୍ର ସରକାରଙ୍କୁ ଚଳାଉଛନ୍ତି ଆଦାନୀ। ଏହିପରି ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଆଜି ଭୁବନେଶ୍ବରରେ ଆୟୋଜିକ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେଇ ରାହୁଳ ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଳ କହିଛନ୍ତି ଯେ, ଓଡିଶା ସରକାର ଚବିଶ ଘଣ୍ଟା କେବଳ ଚୋରୀ କରିବା କାମରେ ଲାଗିଛନ୍ତି। ଓଡିଶାର ସମସ୍ତ ସଂପତ୍ତି ଚୋରୀ କରି କିପରି ଶିଳ୍ପପତିଙ୍କ ହାତରେ ଟେକିଦେବେ ସେହି କାମରେ ଲାଗିଛନ୍ତି। ବିଜେପି ଚାରି ପାଞ୍ଚଟି ଶିଳ୍ପପତିଙ୍କ ହାତରେ ଏହି ଦେଶକୁ ବିକ୍ରି କରିଦେବାକୁ ଚାହୁଁଛନ୍ତି। ସେହିକାମରେ ଓଡିଶା ସରକାରଙ୍କୁ ମୋଦି ଲଗାଇ ଦେଇଛନ୍ତି। ଫଳରେ ରାଜ୍ୟ ସରକାର କେବଳ 24 ଘଣ୍ଟା ଚୋରୀ କରିବାରେ ଲାଗିଛନ୍ତି। ମୋଦି ସରକାର କେବଳ ସଂପତ୍ତି ଚୋରୀ କରୁ ନାହାଁନ୍ତି, ସେ ନିର୍ବାଚନକୁ ମଧ୍ୟ ଚୋରୀ କରିବାରେ ଲାଗିଛନ୍ତି। ଆଉ ଏହି ଚୋରୀ କରିବାରେ ସାହାଯ୍ୟ କରୁଛନ୍ତି ଭାରତ ନିର୍ବାଚନ କମିଶନ। ଉଭୟ ଭୋଟ ଚୋରୀ କରିବାରେ ବ୍ୟସ୍ତ ରହୁଛନ୍ତି। ଏକ ଉଦାହରଣ ଦେଇ ରାହୁଳ କହିଛନ୍ତି ଯେ, ଗତ ନିର୍ବାଚନରେ ମହାରାଷ୍ଟ୍ରରେ ଆଶ୍ଚର୍ଯ୍ୟଜନକ ରିପୋର୍ଟ ମିଳିଥିଲା। ତାହା ହେଲା ବିଧାନସଭା ଓ ଲୋକସଭା ଭୋଟ ବ୍ୟବଧାନ। ଉଭୟ ନିର୍ବାଚନରେ ଏକ କୋଟି ଭୋଟ ବ୍ୟବଧାନ ମିଳିଥିଲା। ଏହି ଅଭିଯୋଗ ନିର୍ବାଚନ କମିଶନରଙ୍କୁ କହିବା ପରେ ସେ ଚୁପ ରହିଛନ୍ତି। ସେହିପରି ବର୍ତ୍ତମାନ ବିହାରରେ ମଧ୍ୟ ନିର୍ବାଚନ ଚୋରୀ କରିବା ପାଇଁ କେନ୍ଦ୍ର ସରକାର ଚେଷ୍ଠା କରୁଛନ୍ତି ବୋଲି ରାହୁଳ କହିଥିଲେ। ସେ ନିକଟରେ ବିହାର ଗସ୍ତରେ ଯାଇଥିବା ବେଳେ ସେଠାରେ ନିର୍ବାଚନ ଚୋରୀ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ହେଲେ ସେଠାରେ ଆମେ କେବେବି ଏହି ଚୋରୀ କରିବାକୁ ଦେବୁ ନାହିଁ ବୋଲି ରାହୁଳ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button