ଅଗଷ୍ଟ ୨୯ ତାରିଖକୁ ଓଡିଶା ସରକାର ଘୋଷଣା କଲେ ଛୁଟି

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୨୯ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟ ସରକାର ଆସନ୍ତା ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୨୯ ତାରିଖ ହେଉଛି ଓଡିଶାର ଗଣପର୍ବ ନୂଆଖାଇ। ସେହିଦିନ ପଶ୍ଚିମ ଓଡିଶାରେ ଏହି ପର୍ବ ବେଶ ଧୂମଧାମରେ ପାଳନ କରାଯିବ। ସେଦିନ ଫସଲର ନୂଆ ଅମଳ ଚାଉଳରେ ଖିରି କରି ଭୋଗ ଲାଗି କରାଯିବ। ତାହା ପରିବାରର ସମସ୍ତେ ମିଶି ଏକାଠି ଖାଇବେ। ସେଥିପାଇଁ ରାଜ୍ୟ ସରକାର ଏହି ଦିନକୁ ସରକାରୀ ଛୁଟି ଦିବସ ବୋଲି ଘୋଷଣା କରିଛନ୍ତି।