ସ୍ଥଗିତ ରହିଲା ଓଏଏସ ପ୍ରିଲିମ

ଭୁବନେଶ୍ୱର: ବାତ୍ୟା ପାଇଁ ଓଏଏସ ପ୍ରିଲିମ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବାକୁ ଥିଲା । ତେବେ ବର୍ତ୍ତମାନ ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ ହେବାକୁ ଥିବାବେଳେ ଆସନ୍ତା କିଛି ଦିନ ବର୍ଷା ସହ ପବନ ବହିବ । ଏହା ଦ୍ୱାରା ପରୀକ୍ଷାର୍ଥୀମାନେ  ପରୀକ୍ଷା ସେଣ୍ଟରକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ  ବାତ୍ୟା ପାଇଁ ଓଏଏସ ପ୍ରିଲିମ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।   ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟା ‘ଦାନା’ ସମ୍ପର୍କରେ ଅପଡେଟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୪ଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ୱର । ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ସମ୍ଭାବନା ରହିଛି । ଅନ୍ୟ ପାଶ୍ୱର୍ବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା(ଭୁବନେଶ୍ୱର), କଟକ, ମୟୂରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝରରେ ବି ପ୍ରବଳ ବର୍ଷା ହେବ । ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସହ ୬୦ରୁ ୮୦ କିମି ବେଗରେ ପବନ ବହିବ ।  ଅନ୍ୟପକ୍ଷରେ ବାତ୍ୟା ‘ଦାନା’ର ବାହ୍ୟବଳୟ ସ୍ଥଳଭାଗ ଛୁଇଁଛି । ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ  ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛ । ପାରାଦୀପ ରାଡାର ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button