ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ନୂଆପଡ଼ା ବିଧାୟକ

ଭୁବନେଶ୍ବର: ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ରାଜେନ୍ଦ୍ର ଢୋଲକିଆ ଥିଲେ ପଶ୍ଚିମଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ଚେହାର । ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୪ ମସିହାରେ ସ୍ୱାଧୀନ ଭାବରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ଏହା ପରେ ୨୦୦୯, ୨୦୧୯, ୨୦୨୪ରେ ବିଜେଡ଼ି ଟିକେଟ୍ ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି ରାଜେନ୍ଦ୍ର ଢୋଲକିଆ । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି । କେବଳ ରାଜନୀତି କ୍ଷେତ୍ର ନୁୂହେଁ ବରଂ ସମାଜସେବା କ୍ଷେତ୍ରରେ ବି ସେ ଲୋକମାନଙ୍କ ପାଇଁ ଅନେକ କାମ କରିଛନ୍ତି । ତାଙ୍କ ଦେହାନ୍ତ ଖବର ଶୁଣି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।