ନୂଆପଡା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରାକାଶ ପାଇଛି । ତାଲିକାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ୧୬ ବିଧାୟକ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି । ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ୱାଇଁ ଓ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କ ନାଁ ରହିଛି । ପ୍ରଥମ ଥର ପାଇଁ ତାଲିକାରେ ତଳକୁ ଖସିଛି ପ୍ରଣବ ପ୍ରକାଶ ଦାସଙ୍କ ନାଁ । ୮ ନମ୍ବର ସ୍ଥାନରେ ତାଙ୍କ ନାଁ ଥିବାରୁ ଦଳରେ ବବିଙ୍କ ପତିଆରା କମୁଥୁବା ଚର୍ଚ୍ଚା ହେଉଛି । ତାଲିକାରେ ସ୍ଥାନ ପାଇ ନାହାନ୍ତି ଦେବାଶିଷ ସାମନ୍ତରାୟ । ଏଥର ତାଲିକାରେ କୌଣସି ଅଭିନେତା ଅଭିନେତ୍ରୀ ସ୍ତାନ ପାଇନାହାନ୍ତି । କେବଳ ମୁନ୍ନା ଖାଁଙ୍କ ବ୍ୟତୀତ କୌଣସି ଫିଲ୍ମ କଳାକାରଙ୍କୁ ତାଲିକାରେ ସ୍ତାନ ଦେଇନାହିଁ । ନବୀନ ନିଜେ ନୂଆପଡ଼ା ଯାଇ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତାଙ୍କ ସହିତ ବିଜେଡିର ବିଧାୟକ ଏବଂ ନେତାମାନେ ମଧ୍ୟ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିବେ । ବିଜେଡିର ଏହି ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସହିତ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରହିଛନ୍ତ । ଏହାବାଦ୍ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଦେବ ଆଉ ପ୍ରଣବ ପ୍ରକାଶ ଦାସ ମଧ୍ୟ ରହିଛନ୍ତି ।