କେ କବିତାଙ୍କୁ ନାହିଁ ଆଶ୍ଵସ୍ତି : ଏପ୍ରିଲ ୨୩ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏକ ଦୁର୍ନୀତି ମାମଲାରେ ଏପ୍ରିଲ ୧୫ ତାରିଖରେ ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେକବିତାଙ୍କୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଏକ ଦୁର୍ନୀତି ମାମଲାରେ କେ କବିତାଙ୍କୁ ଗିରଫ କରାଯାଇଥିଲା। ପ୍ରକାଶ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେ କବିତାଙ୍କ ୩ ଦିନିଆ ନ୍ୟାୟିକ ହେପାଜତ ଆଜି ଶେଷ ହୋଇଛି। ଏହା ପରେ ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ କେ କବିତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ସିବିଆଇ ଦାବି କରିଛି। ଏହା ପରେ ତାଙ୍କର ନ୍ୟାୟିକ ହେପାଜତ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ କବିତାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ କୌଣସି ଆଧାର ନାହିଁ। ଏପ୍ରିଲ ୧୧ ରେ ସିବିଆଇ କେ କବିତାଙ୍କୁ ତିହାର ଜେଲରେ ଗିରଫ କରାଯାଇଥିଲା। ରିମାଣ୍ଡରେ ନେବା ପରେ କବିତାଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯିବ ଏବଂ ସେଠାରେ ତାଙ୍କୁ ପଚରାଉଚରା କରାଯିବ। ଏହାପୂର୍ବରୁ ସିବିଆଇ ଗତ ଏପ୍ରିଲରେ ତିହାରରେ କବିତାଙ୍କୁ ଜେରା କରିଥିଲା।

Related Articles

Leave a Reply

Your email address will not be published.

Back to top button