ନୀତି ଆୟୋଗର ନୂଆ ଟିମ ଗଠିତ: ପ୍ରଧାନମନ୍ତ୍ରୀ ମୋଦୀ, ରାଜନାଥ ସିଂ, ଅମିତ ଶାହା ଏବଂ ଶିବରାଜ ସିଂ ସାମିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର NITI ଆୟୋଗର ଏକ ନୂଆ ଟିମ ଗଠନ କରିଛନ୍ତି। ଏହି ଟିମର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିବେ। ଉପାଧ୍ୟକ୍ଷ ସୁମନ ବେରୀଙ୍କୁ ମନୋନୀତ କରାଯାଇଛି। NITI ଆୟୋଗର ନୂଆ ଟିମରେ ଚାରିଜଣ ପୂର୍ଣ୍ଣକାଳୀନ ସଦସ୍ୟ ଅଛନ୍ତି। ଭି.କେ ସରସ୍ୱତ, ପ୍ରଫେସର ରମେଶ ଚାନ୍ଦ, ଡାଃ ଭି.କେ ପାଲ ଏବଂ ଅରବିନ୍ଦ ବୀରମାନୀଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୀତି ଆୟୋଗ ଟିମରେ ସ୍ଥାନ ପାଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଭାରୀ ଶିଳ୍ପ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ ଏମଏସଏମଇ ମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରାଯାଇଛି। ପଞ୍ଚାୟତ ରାଜ ମନ୍ତ୍ରୀ ରାଜୀବ ରଂଜନ ସିଂ ଏବଂ ଲଲନ ସିଂ, ସାମାଜିକ ନ୍ୟାୟ ମନ୍ତ୍ରୀ ବୀରେନ୍ଦ୍ର କୁମାର, ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାସୱାନ ଏବଂ ରାଜ୍ୟ ମନ୍ତ୍ରୀ ରାଓ ଇନ୍ଦରଜିତଙ୍କ ସିଂଙ୍କୁ ମଧ୍ୟ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରାଯାଇଛି।

Related Articles

Leave a Reply

Your email address will not be published.

Back to top button