ଦକ୍ଷିଣ ଆଫ୍ରିକାରୁ ଧରାପଡିଲା NIAର ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ

ନୂଆଦିଲ୍ଲୀ: ଧରା ପଡିଲା ଏନ୍‌ଆଇଏର ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ ମହମ୍ମଦ ଗେସ୍‌ ନିୟାଜି। ତାକୁ ଆଜି ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇଛି। ଏନ୍‌ଆଇଏ ମହମ୍ମଦ ଗେସ୍‌ଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଉଗ୍ରବାଦୀ ଇସଲାମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ମହମ୍ମଦ ଗେସ୍‌ ନିଆଜି ଏକ ପ୍ରମୁଖ ଚେହେରା ରହି ଆସିଛି। ୨୦୧୬ରେ ବେଙ୍ଗାଲୁରୁରେ ଆରଏସଏସ ନେତା ରୁଦ୍ରେଶଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ ରହିଛି। ଗୁଜରାଟ ଏଟିଏସ୍‌ ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ନିୟାଜିକୁ ଟ୍ରାକ୍‌ କରିଥିଲା। ପରେ କେନ୍ଦ୍ରୀୟ ଏଜେନ୍ସିକୁ ସୂଚନା ଦେଇଥିଲା। ଏହା ପରେ ନିଆଜିକୁ ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇ ଭାରତକୁ ଅଣାଯାଛି। ବର୍ତ୍ତମାନ ମହମ୍ମଦ ଗେସ୍‌ ନିଆଜିଙ୍କୁ ମୁମ୍ବାଇ ନିଆଯାଇଛି। ବେଙ୍ଗାଲୁରୁରେ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରୁଦ୍ରେଶ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ରୁଦ୍ରଶଙ୍କର ମୃତ୍ୟୁ ହୋଇଥିଲା। ସଂଘ ନେତାଙ୍କୁ ହତ୍ୟା କରିବା ପରେ ମହମ୍ମଦ ଗେସ ନିଆଜି ବିଦେଶକୁ ଫେରାର ହେବାରେ ସଫଳ ହୋଇଥିଲା। ତେବେ ଗୁଜରାଟ ପୁଲିସ ନିଆଜିର ପିଛା କରିବା ବନ୍ଦ କରିନଥିଲା। ପୁଲିସ ଲଗାତର ନିଆଜିକୁ ଖୋଜୁଥିଲା। ନିଆଜି ବିଦେଶରେ ମଧ୍ୟ ଲଗାତର ନିଜ ଠିକଣା ବଦଳାଉଥିଲା। ତେଣୁ ତାକୁ ଖୋଜିବା ପୁଲିସ ପକ୍ଷେ କଷ୍ଟ ସାଧ୍ୟ ହୋଇଥିଲା। ତାକୁ ଧରିବାକୁ ୬ ବର୍ଷ ସମୟ ଲାଗି ଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button