ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁଅଙ୍କୁ ଘରେ NIA ଟିମ୍ର ପଚରାଉଚରା

ଭୁବନେଶ୍ବର: ବାଲେଶ୍ଵରରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଟିମ । ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଲେ NIA ଟିମ୍ । ଇଶାଣୀ ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛନ୍ତି NIA ଟିମ୍ । ସୂଚନା ଅନୁସାରେ ୨୨ ତାରିଖରେ ନିଜ ପତ୍ନୀ, ପୁଅଙ୍କ ସହିତ ପ୍ରଶାନ୍ତ ପହଲଗାଓଁରେ ଛୁଟି କାଟୁଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏନଆଇଏ ଟିମ ଇଶାଣୀରେ ପହଞ୍ଚିଛି । ଟିମ୍ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ପଚରାଉଚରା କରିବ । ଘଟଣା ସମୟରେ କିପରି ଦୃଶ୍ୟପଟ ଥିଲା ତାହାର ଯାଞ୍ଚ କରିବେ ଅଧିକାରୀମାନେ । ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ପହଲଗାଓଁରେ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଛୁଟି କାଟିବାକୁ ଯାଇଥିବା ସମୟରେ ଆତଙ୍କବାଦୀମାନେ ଗୁଳି କରି ୨୬ ଜଣଙ୍କୁ ହତ୍ୟା କରିଥିଲେ। ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ପଚାରି ଜଣ ଜଣ କରି ଗୁଳି କରିଥିଲେ ।