ଏନଆଇଏ ପୋଷ୍ଟର: ୪ ମାଓନେତାଙ୍କୁ ଧରେଇ ଦେଲେ ପୁରସ୍କାର

କୋରାପୁଟ : କୋରାପୁଟ ବସଷ୍ଟାଣ୍ଡରେ ଏନଆଇଏ କୋଲକାତାର ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ ପକ୍ଷରୁ ପୋଷ୍ଟର ଲଗାଯାଇଛି। ଏଥିରେ ହର୍ଡକୋର୍ ତଥା କୁଖ୍ୟାତ ମାଓନେତାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି। ସେମାନଙ୍କୁ ଧରାଇ ଦେଲ ନଗଦ ଅର୍ଥ ରାଶିର ପୁରସ୍କାର ରାଶି ଘୋଷଣା କରାଯାଇଛି। ଚାରିଜଣ ମାଓନେତାଙ୍କ ପୋଷ୍ଟର ଲାଗିଥିବା ବେଳେ ସେମାନେ ଓଡ଼ିଶା ଓ ଆନ୍ଧ୍ର ଅଞ୍ଚଳରେ ସକ୍ରିୟ ଥିବା ଉଲ୍ଲେଖ ରହିଛି। ସୂଚନାନୁଯାୟୀ, ଏହି ମାଓନେତାମାନେ ହେଲେ ଜଳୁମାରି ଶ୍ରିନୁ ବାବୁ, ଖିଲୋ ରଞ୍ଜୁ, ଗଜରଲା ରବି ଓ ମେତୁରୁ ଜଗା ରାଓ। ଶୁକ୍ରବାର ସକାଳେ ଏହି ପୋଷ୍ଟର ସବୁ ଲଗାଯାଇଛି। ସୂଚନାଦାତାଙ୍କ ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରଖାଯିବା ନେଇ ଏନଆଇଏ ପକ୍ଷରୁ କୁହାଯାଇଛି। ଏହି ପୋଷ୍ଟରକୁ ନେଇ ନାନା ଚର୍ଚ୍ଚା ଲାଗିରହିଛି। ଗୁରୁବାର ବିଳମ୍ୱିତ ରାତିରେ ଏହି ପୋଷ୍ଟର ଲାଗିଥିବ ବେଳେ ଏନଆଇଏର ୪ ଜଣ ଅଧିକାରୀ ଆସିଥିବା କୁହାଯାଉଛି। ଏନେଇ ଜିଲ୍ଲା ପୁଲିସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ।