ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ଇଂଲଣ୍ଡକୁ ଅତିକ୍ରମ କଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ୩୬ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ମାଟିରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିଛି। ଏହି ବିଜୟ ସହିତ କିୱି ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ଇଂଲଣ୍ଡକୁ ପଛରେ ପକାଇ ଦେଇଛି। ଭାରତ ମଧ୍ୟ କ୍ଷତି ସହିଛି। ଭାରତ ବିପକ୍ଷରେ ବିଜୟ ପରେ ନ୍ୟୁଜିଲ୍ୟାଣ୍ଡ ଦଳ ୪୪.୪୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଯେତେବେଳେ କି ଇଂଲଣ୍ଡ ଦଳ ୪୩.୦୬ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ଅଛି। ଭାରତ ହୁଏତ କିଛି ପଏଣ୍ଟ ହରାଇଥାଇପାରେ, କିନ୍ତୁ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି। ଭାରତରେ ବର୍ତ୍ତମାନ ୬୮.୦୬ ପଏଣ୍ଟ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆରେ ୬୨.୫ ପଏଣ୍ଟ ରହିଛି।

Related Articles

Leave a Reply

Your email address will not be published.

Back to top button