ବୈତରଣୀ ନଦୀତଟରେ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଜାଗା ଚିହ୍ନଟ

କେନ୍ଦ୍ରାପଡା / ରାଜକନିକା : ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପାଣ୍ଠିରୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅଧିଗ୍ରହଣ ହେଲା ଜମି | ଆଳି ନିର୍ବାଚନ ମଣ୍ଡଳୀର ଉପୁଳାଇ ଓ କୋଇଲପୁର ଗ୍ରାମଠାରେ ଚିହ୍ନଟ ପ୍ରକ୍ରିୟା ପରେ କାର୍ଯ୍ୟ ଆରମ୍ଭ |

ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡିଶା | ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କ ମଧ୍ୟରେ ଉପକୂଳବର୍ତ୍ତୀ ଅଂଚଳ ଏହାଦ୍ୱାରା ବେଶ ପ୍ରଭାବିତ | ପ୍ରଭାବିତ ଜିଲ୍ଲା ମାନଙ୍କ ଭିତରେ କେନ୍ଦ୍ରାପଡ଼ାର ରାଜକନିକା ଅଂଚଳ ଅନ୍ତର୍ଭୁକ୍ତ | ତାକୁ ଦୃଷ୍ଟିରେ ରଖି ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ତତ୍ୱାବଧାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଜାଗା ନିରୂପଣ କରାଯାଇଛି | ନଦୀ ତଟବର୍ତ୍ତୀ ଅଂଚଳମାନଙ୍କରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଛି |

ଗତକାଲି ରାଜକନିକା ବ୍ଲକ ଅନ୍ତର୍ଗତ ଉପୁଳାଇ ଓ କୋଇଲପୁର ଗ୍ରାମଠାରେ ଜାଗା ଚିହ୍ନଟ କରିବା ସହ ମାପଚୁପ କରାଯାଇଛି | କନିକା ତହସିଲଦାର ଶ୍ରୀ ଯୁକ୍ତ ପ୍ରେମାନନ୍ଦ ବେହେରାଙ୍କ ସହ ରାଜସ୍ୱ ନିରୀକ୍ଷକ, ଆର.ଡି , ଜେ.ଇ, ରାଜକନିକା ବ୍ଲକ ଜେ.ଇ , କନିକା ତହସିଲ କାର୍ଯ୍ୟାଳୟର ସରକାରୀ ଅମିନ, ବରାଡିଆ ଓ କୋଇଲପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ,ୱାର୍ଡ ମେମ୍ବର, ସମିତି ସଭ୍ୟ ଏବଂ ଗ୍ରାମର କିଛି ଭଦ୍ର ବ୍ୟକ୍ତିମାନଙ୍କୁ ନେଇ ମପା କାର୍ଯ୍ୟ ଆରମ୍ଭ କରିଥିଲେ | ଏହି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ଯାହାକି ବୈତରଣୀ ନଦୀର ତଟବର୍ତ୍ତୀରେ ରହିଛି | ବାତ୍ୟା ଓ ବନ୍ୟା ସମୟରେ ଏହି ବାତ୍ୟା ଆଶ୍ରୟସ୍ଥଳାଳୀ ଏ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ରଖିପାରିବ ବୋଲି କନିକା ତହସିଲଦାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି |

କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜଙ୍କର ନିର୍ଦ୍ଦେଶାନୁସାରେ ଏହି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟ ଆରମ୍ଭ କରାଯାଇଛି | ରାଜ୍ୟ ସରକାରଙ୍କ ଏଭଳି ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜକନିକା ଅଞ୍ଚଳବାସୀ |

Related Articles

Leave a Reply

Your email address will not be published.

Back to top button