ଓଡିଶାରେ ଯୋଗ ଦେଲେ ନୂଆ ବିଏସଏଫ୍ ଆଇଜି

ଭୁବନେଶ୍ୱର: ଓଡିଶାରେ ଯୋଗ ଦେଲେ ନୂତନ ବିଏସଏଫ୍ ଆଇଜି । ଆଇଜି ଡି ଜେ ଶର୍ମାଙ୍କ ସ୍ଥାନରେ ଏବେ ଯୋଗ ଦେଇଛନ୍ତି କୈଳାଶ ଚନ୍ଦ୍ର ଜାଟ୍ । ଜମ୍ମୁ-କାଶ୍ମୀରରେ ମିଲିଟାରୀ ତାଲିମ୍ ଓ ଅପରେସନରେ କୈଳାଶ ଚନ୍ଦ୍ରଙ୍କ ରହିଛି ଅଭିଜ୍ଞତା । ତେବେ କୈଳାଶ ଚନ୍ଦ୍ର ଜାଟ୍ ଦାୟିତ୍ୱ ନେବା ପରେ ଖୁବ ଶୀଘ୍ର ନକ୍ସଲ ଦମନ ନେଇ ବଡଧରଣର ପ୍ଲାନ୍ ହୋଇପାରେ ବୋଲି ଆକଳନ କରାଯାଉଛି । ରାଜସ୍ଥାନ ପୋଲିସ୍ ଏକାଡେମିରେ ଡିଆଇଜି ପଦବୀରେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇବା ପରେ ପୁଣିଥରେ ବିଏସଏଫକୁ ଫେରିଛନ୍ତି କେସି ଜାଟ୍ ।

Related Articles

Leave a Reply

Your email address will not be published.

Back to top button