ନୂଆ ହିତାଧିକାରୀଙ୍କୁ ୨୨ରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ବର ସୁଭଦ୍ରା ଟଙ୍କା ଆଜି ଦିଆଯିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ଆଜି ଉପମୁଖ୍ୟମନ୍ତ୍ରୀ ୨୨ ତାରିଖରେ ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି । ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା । ପ୍ରଥମ କିସ୍ତି ପାଇବେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ମହିଳା । ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ୍ ପଡିଥିବା ୨ ଲକ୍ଷ ୫୫ ବି ମିଳିବ ଟଙ୍କା । ବାଦ୍ ପଡିଥିବା ମହିଳା ଏକାଥରକେ ୨ଟି କିସ୍ତି ପାଇବେ । ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି । ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।



