ଘୋଷଣା ହେଲା ନିଟ୍‌ ୟୁଜି ୨୦୨୫ ଫଳାଫଳ

ନୂଆଦିଲ୍ଲୀ: ଆଜି ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି। ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ। ମେ ୪ରେ ଗୋଟିଏ ସିଫ୍ଟରେ ୨୦ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲ୍‍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। ନିଟ୍ ୟୁଜି ରେଜଲ୍ଟ ଓ କଟଅଫ୍ ଆଧାରରେ ମେଡିକାଲ କଲେଜରେ ଏମ୍‌ବିବିଏସ, ବିଡିଏସ ଏବଂ ଅନ୍ୟ ମେଡିକାଲ କୋର୍ସ ପାଇଁ ନାମ ଲେଖିବାକୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏହା ଅଲ୍ ଇଣ୍ଡିଆ କୋଟା ଏବଂ ରାଜ୍ୟ କୋଟା ହିସାବରେ ଅଲଗା ଅଲଗା ଆୟୋଜିତ ହେବ। ଦେଶରେ ୭୮୦ ମେଡିକାଲ କଲେଜରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ। ଭାରତରେ ୨୦୨୫ ଯାଏ ୧,୧୮,୧୯୦ ଏମ୍‌ବିବିଏସ୍‌ ସିଟ୍‌, ୨୭,୮୬୮ ବିଡିଏସ୍ ସିଟ୍ ଓ ୧,୨୦୫ ଏମ୍ସ ସହ ୨୦୦ ଜେଆଇପିଏମ୍ଇପି ସିଟ୍ ରହିଛି। ନିଟ୍ ୟୁଜି କାଉନସିଲିଂ ପ୍ରଣାଳୀ ଅଧୀନରେ ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ। ସାଧାରଣତଃ ଜୁଲାଇ ମାସରେ କାଉନସିଲିଂ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button