ପାରାଦୀପରେ ଏନ୍‌ସିବି ଟିମ୍

ଭୁବନେଶ୍ବର : ପାରାଦୀପ ବନ୍ଦରରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ପରେ ତଦନ୍ତ ପାଇଁ ପହଞ୍ଚିଲା ଏନସିବି ଟିମ୍ । ଜାହାଜରେ ଥିବା କ୍ରୁ ମେମ୍ବରମାନଙ୍କୁ ପଚରା ଉଚରା ଜାରି ରଖିଛି  ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆର ଗ୍ରେସକ୍ ପୋର୍ଟରୁ ଆସିଥିଲା ଏମଭି ଦେବୀ ନାମକ ଜାହାଜ । ଗତ ରାତିରେ ଏହା ପିଆଇସିଟି ଟର୍ମିନାଲରେ ଆଙ୍କରିଂ କରିଥିଲା । ମାଲ୍ ଅନଲୋଡିଂ କରି ପାରାଦୀପ ବନ୍ଦରରୁ ଷ୍ଟିଲ ବୋଝେଇ କରି ଡେନମାର୍କ ଯାଇଥାଆନ୍ତା । ହେଲେ ଏହାର କ୍ରେନ୍ ଖରାପ ହୋଇଯାଇଥିଲା । କ୍ରେନ୍ ଅପରେଟର ଯାଞ୍ଚ କରୁଥିବା ବେଳେ ଅପରେଟର ରୁମ୍ ଭିତରେ ଚୁମ୍ବକ ପଶି ଏକ ଓ୍ବାଲରେ କିଛି ପ୍ୟାକେଟ୍ ଲଗା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ସିପିଙ୍ଗ ଏଜେଣ୍ଟ ଏବଂ କଷ୍ଟମ୍ ବିଭାଗକୁ ଜଣାଇଥିଲେ । ଖବର ପାଇ ଗତ ରାତିରେ CISF, ପାରାଦୀପ ପୋଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ୮ଟି ସନ୍ଦିଗ୍ଧ ପ୍ୟାକେଟ୍ ଜବତ ହୋଇଥିଲା । ଆଜି ପୁଣି ଯାଞ୍ଚ ବେଳେ ମୋଟ ୫୫ ଟି ପ୍ୟାକେଟ୍ ମିଳିଛି । ଜବତ ସାମଗ୍ରୀର ଯାଞ୍ଚ ପାଇଁ ଭୁବନେଶ୍ବରରୁ କଷ୍ଟମ ବିଭାବ ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ସହ ପାରାଦୀପରେ ପହଞ୍ଚିଥିଲେ । ସବୁ ପ୍ୟାକେଟ ଯାଞ୍ଚ ପରେ ସେଥିରେ କୋକେନ ଥିବା ସ୍ପଷ୍ଟ ହୋଇଛି । ପ୍ରଥମଥର ପାଇଁ ପାରାଦୀପରୁ ଧରାପଡ଼ିଛି ଏତେ ପରିମାଣର କୋକେନ୍ ।

Related Articles

Leave a Reply

Your email address will not be published.

Back to top button