ଏନସିବି ଏବଂ ଭାରତୀୟ ନୌସେନାର ବଡ କାର୍ଯ୍ୟାନୁଷ୍ଠାନ, ୧୨ ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ

କୋଚି: କେରଳରେ ଏନସିବି ଏବଂ ଭାରତୀୟ ନୌସେନା ମିଳିତ ଅପରେସନ୍ ଚଳାଇବାବେଳେ ୧୨ ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ଏହି ଚଢାଉରେ ୨୫୦୦ କିଲୋଗ୍ରାମ ମିଥାମଫେଟାମାଇନ୍ ଡ୍ରଗ୍ସ ଜବତ କରାଯାଇଛି। ଏହା ପ୍ରଥମ ଥର ପାଇଁ ଦେଶରେ ମିଥାମଫେଟାମାଇନ୍ ଡ୍ରଗ୍ସର ଏତେ ବଡ ସାମଗ୍ରୀ ଦେଖିବାକୁ ମିଳିଛି। ନୌସେନା ମଧ୍ୟ ପାକିସ୍ତାନୀ ସନ୍ଦିଗ୍ଧ ନାଗରିକଙ୍କୁ ଏହି ସାମଗ୍ରୀ ସହିତ ଗିରଫ କରିଛି। ତାଙ୍କୁ ପଚରାଉଚରା ଚାଲିଛି। କୁହାଯାଉଛି ଯେ, ଏହି ଡ୍ରଗ୍ସଗୁଡିକ ଆଫଗାନିସ୍ତାନରୁ କେରଳକୁ ସମୁଦ୍ର ଦେଇ ଅଣାଯାଇଥିଲା। ଏନସିବି ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅପରେସନରେ ପ୍ରାୟ ୩୨୦୦ କିଗ୍ରା ମିଥାମଫେଟାମାଇନ୍, ୫୦୦ କିଲୋଗ୍ରାମ ହିରୋଇନ୍ ଏବଂ ୫୨୯ କିଗ୍ରା ଚରସ ଜବତ କରାଯାଇଛି। ଆଫଗାନିସ୍ତାନରୁ ଭାରତକୁ ଚୋରା ଚାଲାଣ କରାଯାଉଥିବା ଡ୍ରଗ୍ସ ବିରୋଧରେ ଏହି ଅପରେସନ ଆରମ୍ଭ କରାଯାଇଛି।

Related Articles

Leave a Reply

Your email address will not be published.

Back to top button