ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସୈନି

ନୂଆଦିଲ୍ଲୀ: ହରିୟାଣାର ବିଜେପି ସଭାପତି ନାୟବ ସିଂ ସୈନି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ନାୟବ ସିଂ ବର୍ତ୍ତମାନ କୁରୁକ୍ଷେତ୍ରର ବିଧାୟକ ଅଟନ୍ତି। ବିଜେପି ବିଧାୟକ ଦଳର ନେତା ଭାବରେ ନାୟବ ସିଂ ସୈନି ମନୋନୀତ ହୋଇଛନ୍ତି। ସେ ଆଜି ନିଜେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ହରିୟାଣା ବିଜେପି ବିଧାୟକ କୃଷ୍ଣଲାଲ ମିଢା କହିଛନ୍ତି ଯେ, ନାୟବ ସିଂ ସୈନି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏବେ ସମସ୍ତେ ରାଜ୍ୟପାଳଙ୍କୁ ଭେଟିବେ। ନାୟବ ସିଂ ସୈନି ହରିୟାଣା ବିଜେପିର ସଭାପତି। ହରିୟାଣା ସରକାରରେ ଜଣେ ମନ୍ତ୍ରୀ ଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ। ଓବିସିର ସୈନି ସମ୍ପ୍ରଦାୟରୁ ଆସିଥିବା ନାୟବ ସିଂ ସୈନି ମଧ୍ୟ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ହରିୟାଣା ସରକାରରେ ମନ୍ତ୍ରୀ ରହିଥିଲେ।

Related Articles

Leave a Reply

Your email address will not be published.

Back to top button