ନକ୍ସଲଙ୍କ ବର୍ବରକାଣ୍ଡ: ୨ ପୂର୍ବତନ ସରପଞ୍ଚଙ୍କୁ କଲେ ହତ୍ୟା

ଭୁବନେଶ୍ବର : ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନକ୍ସଲ ହତ୍ୟା କରିଛନ୍ତି। ଭେରମଗଡ ଥାନା ଅଞ୍ଚଳର ପୂର୍ବତନ ସରପଞ୍ଚ ସୁକୁଲ ଫରସା ଏବଂ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ନିଜ ନିଜ ଅଞ୍ଚଳରୁ ନକ୍ସଲ ଅପହରଣ କରି ନେଇଥିଲେ। ଗତ ୨ ନଭେମ୍ବର ଦିନ ବିରିୟାଭୁମି ଗ୍ରାମକୁ ଯାଉଥିବା ରାସ୍ତାରୁ ସୁକୁଲ ଫରସାକୁ ନକ୍ସଲ ଅପହରଣ କରି ନେଇଥିଲେ। ସେହିପରି କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ କୁକୁଡା ହାଟରୁ ଅପହରଣ କରି ନେଇଥିଲେ। ଆଜି ସକାଳୁ ଦୁଇ ଜଣଙ୍କର ମୃତଦେହ ସେମାନଙ୍କ ଅଞ୍ଚଳରେ ପଡ଼ିଥିବା ଲୋକେ ଦେଖିଥିଲେ। ତେବେ ସୁକୁଲ ଫରସାଙ୍କ ମୃତଦେହ ଉପରେ ଏକ ପୋଷ୍ଟର ନକ୍ସଲ ଛାଡିଯାଇଛନ୍ତି। ଏଥିରେ ସୁକୁଲ ବିଜେପି ସହ ଯୋଡ଼ି ହେବାରୁ ଏଭଳି ଦଣ୍ଡ ଦିଆଗଲା ବୋଲି ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ସୁକୁଲକୁ ବାରମ୍ବାର ବିଜେପି ସହ ନଯୋଡ଼ି ହେବାକୁ ତାଗିଦ କରିଥିଲୁ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଆମ କଥାକୁ ସେ ଗୁରୁତର ସହ ନେଲା ନାହିଁ। ତେଣୁ ସେ ମୃତ୍ୟୁ ଦଣ୍ଡ ପାଇଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button