ନବୀନଙ୍କ ନିଷ୍ପତ୍ତି: ଦିନେ ବଢିଲା ବାଲିଯାତ୍ରା

ଭୁବନେଶ୍ୱର:  କଟକର ଐତିହାସିକ ବାଲିଯାତ୍ରା ଆଉ ଦିନଟିଏ ବଢିଲା ।  ବାଲିଯାତ୍ରା ଦିନେ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା ।  ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଗୋଟିଏ କିମ୍ବା ଦୁଇଦିନ ବୃଦ୍ଧି କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ କଟକ ମେୟର ସୁବାସ ସିଂ। ଗତକାଲି ଏନେଇ ଭୁବନେଶ୍ୱର ଯାଇ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ଦିଆଯାଇଥିଲା ।  ପ୍ରକାଶ ଯେ ଗତ ଦୁଇଦିନ ହେଲା ବାଲିଯାତ୍ରାରେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି । ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ ।

Related Articles

Leave a Reply

Your email address will not be published.

Back to top button