୩୧ରେ ୪ ଜିଲ୍ଲା ଯିବେ ନବୀନ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଟି ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ବୁଲିସ ଦେଖିବା ସହ ଚାଷୀଙ୍କ ସହ ନବୀନ ଆଲୋଚନା କରିବେ । ଆସନ୍ତା ଡିସେମ୍ବର ୩୦ ତାରିଖରେ ନବୀନ ଗଞ୍ଜାମ ଗସ୍ତରେ ଯିବେ। ଏହି ଦିନ ସେ ବିଲକୁ ଯାଇ କ୍ଷୟକ୍ଷତି ସମୀକ୍ଷା କରିବେ। ସେହିଠାରେ ଚାଷୀଙ୍କ ସହ ଆଲୋଚନା ମଧ୍ୟ କରିବ । ଉକ୍ତ ଦିନ ନବୀନଙ୍କ କବିସୂର୍ୟ୍ୟନଗର, ଆସିକା ଓ ହିଞ୍ଜିଳିରେ କାର୍ୟ୍ୟକ୍ରମ ରହିଛି । ସେଠାରେ ସେ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button