ବିଜୁ-ନବୀନ ଇନ୍ସପିରେସନାଲ୍ ଫାଉଣ୍ଡେସନ ନେଇ ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର : ବିଜୁ-ନବୀନ ଇନସ୍ପିରେସନାଲ ଫାଉଣ୍ଡେସନକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରଥମେ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବା ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ଟ୍ରଷ୍ଟ ଜରିଆରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଜାଣତରେ ଦଳର ପାଣ୍ଠିକୁ ହଡ଼ପ କରାଯାଉଥିବା ଅଭିଯୋଗ ହେଉଥିଲା ।ଚର୍ଚ୍ଚାରେ ପକାଇଦେଲେ ପୂର୍ଣ୍ଣଛେଦ । ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ । ବର୍ଷିଲେ ନବୀନ, କହିଲେ ନଜାଣି କରନ୍ତି ଅପପ୍ରଚାର । Trust ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଲେ ଯେ ବିଜୁ ବାବୁ ଦାନଦକ୍ଷିଣା ପାଇଁ ଜଣାଶୁଣା ଥିଲେ । ୩୦ ବର୍ଷ ବୟସରେ ସେ ବିଜ୍ଞାନର ପ୍ରଚାରପ୍ରସାର ପାଇଁ କଳିଙ୍ଗ ଯୁନେସ୍କୋ ପୁରସ୍କାର ଦାନ କରିଥିଲେ ।ସେ ନିଜ ଜୀବନରେ ଅନେକ ଭଲ କାମ କରିଛନ୍ତି । ମୁଁ, ମୋ ଭାଇ ଓ ଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଦାନ କରିଥିଲୁ । ଯେବେ ମୁଁ ମୁମ୍ବାଇ ଯାଇଥିଲି ବେକ ଅପରେସନ ଅପରେସନ ପାଇଁ, ତା ପୂର୍ବରୁ ପ୍ରଥମେ ମୁଁ ଦିଲ୍ଲୀ ଯାଇଥିଲି । ସେଠି ଅନେକ ବଡ଼ ବଡ଼ ଓକିଲ ଓ CA ଙ୍କୁ ଭେଟିଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି ।



