ନବରଙ୍ଗପୁରରେ ୪୫ଟି ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ନବୀନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ଯୋଜନା । ସ୍ଥାନୀୟ ସର୍କିଟ୍ ହାଉସ ସାମ୍ନା ପଡିଆ ଠାରେ ଅନୁଷ୍ଠିତ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪୫ଟି ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିଛନ୍ତି । ଏହି ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ୟ୍ୟକ୍ରମରେ ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ବିଭାଗ ସଚିବ ଉଷା ପାଢ଼ୀ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଏସଡ଼ିସି ଚେୟାରମ୍ୟାନ ଉପେନ୍ଦ୍ର ଗଣ୍ଡ ଉପସ୍ଥିତ ରହିଥିଲେ ।

Related Articles

Leave a Reply

Your email address will not be published.

Back to top button