ଇସ୍ତଫା ଦେଲେ ନବୀନ ଚନ୍ଦ୍ର ନାରାୟଣ ଦାସ

ଭୁବନେଶ୍ୱର: ଗୋଟିଏ ପଟେ ୨୦୨୪ ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବା ତଥା ମୋଦୀ ସରକାରଙ୍କ ଦୁର୍ନୀତି ବିରୋଧରେ ଲୋକଙ୍କୁ ଅବଗତ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରୁଥିବାବେଳେ ଏପଟେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ୁଛନ୍ତି । ଏହାରି ଭିତରେ ପୂର୍ବତନମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଢେଙ୍କାନାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି । କେବଳ ସେ ନୁହନ୍ତି ଢେଙ୍କାନାଳ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ବି ଇସ୍ତଫା ଦେଇଛନ୍ତି । ପ୍ରକାଶ ଯେ ଗତ କିଛି ଦିନ ହେଲା ଜଣଙ୍କ ପରେ ଜଣେ କଂଗ୍ରେସରୁ ଇସ୍ତଫା ଦେବା ଏକପ୍ରକାର ଟ୍ରେଣ୍ଡ ହୋଇଗଲାଣି । ତେବେ କଂଗ୍ରେସ ନେତାଙ୍କ ଇସ୍ତଫା  ନେଇ ନିକଟରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଆଗକୁ ଆହୁରି ନେତା  ଦଳ ଛାଡ଼ିବେ । ସେମାନେ ଗଲେ ବି କଂଗ୍ରେସର କିଛି କ୍ଷତି ହେବ ନାହିଁ ।  ସେମାନେ ଛାଡିଲେ ନୂଆଁ ମୁହଁକୁ ଆମେ ସୁଯୋଗ ଦେବୁ । ଆମ ପାଖକୁ ବିଜେଡି, ବିଜେପିରୁ ବି ନେତା ଆସୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ପ୍ରକାଶ ଯେ ନିକଟରେ କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି  ଓ ବରଗଡର ଟାଣୁଆ କଂଗ୍ରେସ ନେତା,ପୁର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସର ପୁର୍ବତନ ସଭାପତି ନିହାର ରଞ୍ଜନ ମହାନନ୍ଦ  କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଥିଲେ ।

Related Articles

Leave a Reply

Your email address will not be published.

Back to top button