ଦେଶବ୍ୟାପୀ ଧର୍ମଘଟ ଡକରାରେ ପଶ୍ଚିମ ଓଡିଶା ଠପ୍, ଦୋକାନ ବଜାର ଗାଡି ମଟର ବନ୍ଦ

ଭୁବନେଶ୍ବର: ଆଜି ଭାରତ ବନ୍ଦ । ବିଭିନ୍ନ ଟ୍ରେଡ଼ ୟୁନିୟନମାନଙ୍କ ତରଫରୁ 12 ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଏହି 12 ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ସମ୍ବଲପୁର ସମେତ ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିଛି l ଆଜି ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସମ୍ବଲପୁରରେ ସବୁ ବନ୍ଦ ଡାକରା ଦିଆଯାଇଛି ବୋଲି ଆନ୍ଦୋଳନକାରୀ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି l ଏହା ସହିତ ସକାଳୁ ସକାଳୁ ବିକ୍ଷୋଭକାରୀ ମାନେ ରାସ୍ତା ଘାଟ ଜାମ କରିବା ସହିତ ଦୋକାନ ବଜାର ଖୋଲିବାକୁ ଦେଉନାହାଁନ୍ତି । ତେବେ ଶିଳ୍ପ ରାଜଧାନୀ ଅନୁଗୋଳ ମିଳିତ ବଟ୍ରେଡ଼ ୟୁନିୟନ ସାଧାରଣ ଧର୍ମଘଟ ବିଭିନ୍ନ ସ୍ଥାନରେ ପିକେଟିଂ ଓ ପ୍ରତିବାଦ କରାଯାଉଛି ।ବନ୍ଦର ପ୍ରଭାବରେ ଆଜି ସମ୍ବଲପୁର ସହରରେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବୀମା କାର୍ଯ୍ୟାଳୟ, ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ବନ୍ଦ ରଖିବାକୁ ଆନ୍ଦୋଳନକାରୀ କହିଛନ୍ତି l ଏଥିପାଇଁ ସକାଳୁ ସକାଳୁ ଦୋକାନ, ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି l ଆନ୍ଦୋଳନକାରୀ ମାନେ ସମ୍ବଲପୁର ସହରର ବିଭିନ୍ନ ରାସ୍ତା, ଛକରେ ପୋଷ୍ଟର ବ୍ୟାନର ଧରି ରାସ୍ତା ଅବରୋଧ କରିବା ସହ ଗାଡି ମୋଟରକୁ ପିକେଟିଂ କରିଛନ୍ତି l ତେବେ ମେଡିକାଲ ଷ୍ଟୋର, କ୍ଷୀର ଗାଡି, ଆମ୍ବୁଲାନ୍ସ ସହ ସମସ୍ତ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆ ଯାଇଥିବା ଆନ୍ଦୋଳନକାରୀ କହିଛନ୍ତି l ମନରେଗା ବଞ୍ଚାଓ, ଜି-ରାମ-ଜି ଆଇନକୁ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ବିଦ୍ୟୁତ ବିଲ ସଂଶୋଧନ, କୃଷକ ବିରୋଧୀ ବିଲ୍-2025 କୁ ବାତିଲ କରିବା ଆଦି ସବୁ ଦାବି ନେଇ ଏହି ଧର୍ମଘଟ କରାଯାଉଥିବା ଆନ୍ଦୋଳନକାରୀ କହିଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button