ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

ନୂଆଦିଲ୍ଲୀ: କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ଅଧିନସ୍ଥ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ), ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୪.୦ ଆରମ୍ଭ କରିଛି, ଯାହା ୧ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ। ପେନସନଭୋଗୀଙ୍କ ଡିଜିଟାଲ ସଶକ୍ତୀକରଣ ଲାଗି ସରକାରଙ୍କ ଦୃଷ୍ଟିକୋଣ ଅନୁସାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଏକ ସଂପୂର୍ଣ୍ଣ ପହଞ୍ଚ ନୀତି ଗ୍ରହଣ କରି ଦେଶର ୨,୦୦୦ ସହର ଓ ଟାଉନରେ ଆୟୋଜନ ହେଉଛି। ବିଭିନ୍ନ ଅଂଶୀଦାରଙ୍କୁ ଏକତ୍ର କରିବା ପୂର୍ବକ ଏକ ସମଗ୍ର ସରକାରୀ ଆଭିମୁଖ୍ୟ ଗ୍ରହଣ କରି ଏହି ଅଭିଯାନ ଏକାଧିକ ଡିଜିଟାଲ ପଦ୍ଧତି ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦେବାକୁ ପେନସନଭୋଗୀଙ୍କୁ ସୁବିଧା ପ୍ରଦାନ କରୁଛି। ପେନସନଭୋଗୀଙ୍କ ପାଇଁ “ସହଜ ଜୀବନଯାପନ”କୁ ପ୍ରୋତ୍ସାହିତ କରିବା ପାଇଁ, ବିଭାଗ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଆଧାର-ଭିତ୍ତିକ ମୁଖ ସତ୍ୟାପନ ପ୍ରଯୁକ୍ତିବିଦ୍ୟା (ଫେସ୍ ଅଥେଣ୍ଟିକେସନ୍ ଟେକନଲୋଜୀ)ର ବ୍ୟବହାରକୁ ପ୍ରୋତ୍ସାହିତ କରିଚାଲିଛି, ଯାହା ଦ୍ଵାରା ପେନସନଭୋଗୀମାନେ ଘରେ ବସି ସ୍ମାର୍ଟଫୋନ୍ ବ୍ୟବହାର କରି ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଡାକ ବିଭାଗ) ଅତି ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ପେନସନଭୋଗୀମାନଙ୍କୁ ସେମାନଙ୍କ ଘରକୁ ଯାଇ ଡିଏଲସି ସେବା ପ୍ରଦାନ କରିଥିଲା । ସେହିପରି ବ୍ୟାଙ୍କ, ପେନସନଭୋଗୀ ସଂଘ ଏବଂ କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ ସଚେତନତା ଶିବିର ଆୟୋଜନ କରିଥିଲେ ଏବଂ ସେସବୁ ସ୍ଥାନରେ ସହାୟତା ପ୍ରଦାନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button