ନାସାର ଆର୍ଟେମିସ୍ 2 ମିଶନ ଲଞ୍ଚ ସଫଳ, ଚନ୍ଦ୍ରପୃଷ୍ଠରେ ଖୁବ୍ ଶୀଘ୍ର ପାଦ ଥାପିବ ମାନବ

ନୂଆଦିଲ୍ଲୀ: ପୁଣି ଥରେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିବାକୁ ଯାଉଛି ମଣିଷ । ନାସା ସଫଳତାର ସହିତ ଆର୍ଟେମିସ୍ 2 (Artemis II) ମିଶନ ଲଞ୍ଚ କରିଛି । 1972 ମସିହାରେ ଆପୋଲୋ 17 ମିଶନ ପରେ ଏହା ଚନ୍ଦ୍ର ପୃଷ୍ଠକୁ ପ୍ରଥମ କ୍ରୁ ମିଶନ ହେବାକୁ ଯାଉଛି । ଏଥିରେ 4 ଜଣ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ । ଯେଉଁଥିପରେ 3 ପୁରୁଷ ଓ ଜଣେ ମହିଳା ମହାକାଶଚାରୀ ସାମିଲ ଅଛନ୍ତି । ଚନ୍ଦ୍ର ପୃଷ୍ଠରେ ବିଜ୍ଞାନ ଓ ଅନୁସନ୍ଧାନ କ୍ଷେତ୍ରରେ ଦୀର୍ଘକାଳୀନ ମନୁଷ୍ୟର ଉପସ୍ଥିତିକୁ ପ୍ରତିଷ୍ଠା କରିବା ଏହି ମିଶନର ଲକ୍ଷ୍ୟ । ଏହି ମିଶନ ଏପ୍ରିଲ 1 2026 ସଂନ୍ଧ୍ୟା 6:24 EDT ବା ଭାରତୀୟ ସମୟ ଏପ୍ରିଲ 2 ଭୋର 3:54ରେ ସଫଳତାର ସହିତ ଲଞ୍ଚ୍ ହୋଇଯାଇଛି । ଏହି ମିଶନରେ କମାଣ୍ଡର ରିଡ୍ ୱାଇଜମ୍ୟାନ, ପାଇଲଟ୍ ଭିକ୍ଟର ଗ୍ଲୋୱର, ମିଶନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ ଓ କନାଡାଇ ଜେରେମି ଆଦି 4 ଜଣ ମହାକାଶଚାରୀ ସାମିଲ ହୋଇଛନ୍ତି । ମହାକାଶଚାରୀ ମାନେ 10 ଦିନ ପର୍ଯ୍ୟନ୍ତ ଏହି ଅନ୍ତରୀକ୍ଷ ଯାତ୍ରା କରିଛନ୍ତି । ଏହି ମିଶନ ପାଇଁ ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍ ଓ ଓରାଅନ୍ ସ୍ପେସ୍ କ୍ରାଫ୍ଟର ବ୍ୟବହାର କରାଯାଇଛି । ଯାହାକି ଭବିଷ୍ୟତରେ ହେବାକୁ ଯାଉଥିବା ଆଗାମୀ ମିଶନ ପାଇଁ ବିଭିନ୍ନ ଯାନ୍ତ୍ରିକ ଓ ହାର୍ଡୱେର ପ୍ରଭୃତି ସ୍ଥିର କରିବାରେ ସାହାଯ୍ୟ କରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button