ନବ ଦାସଙ୍କ ପିଏସଓ ନିଲମ୍ବିତ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ମନ୍ତ୍ରୀଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି। ଏଣେ ବ୍ରଜରାଜନଗର ଆଇଆଇସି ଓ ସବ୍‌ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ଏସଆଇ ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେଣେ ସମ୍ବଲପୁରରେ ଥିବା ଇନ୍ସପେକ୍ଟର ଧବଳେଶ୍ୱର ସାହୁଙ୍କୁ ବ୍ରଜରାଜନଗରର ନୂଆ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଝାରସୁଗୁଡ଼ା ଏସ୍‌ପି ଓ ବ୍ରଜରାଜନଗର ଏସ୍‌ଡିପିଓଙ୍କୁ ବଦଳି କରାଯାଇଛି। ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ବଦଳି ହୋଇଛି। ରାହୁଲ ଜୈନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ଏସ୍‌ପି ପରମାର ସ୍ମିତ୍‌ଙ୍କୁ ଝାରସୁଗୁଡ଼ାରେ ଅବସ୍ଥାପିତ କରାଯାଇଛି। ସେହିଭଳି ବୌଦ୍ଧର ଏସ୍‌ପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍‌ପିଙ୍କୁ ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି। ସେହିପରି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ମଧ୍ୟ ବଦଳି ହୋଇଛି। ଶ୍ରୀ ଭୋଇଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା ବେଳେ ତାଙ୍କ ସ୍ଥାନରେ ଚିନ୍ତାମଣି ପ୍ରଧାନଙ୍କୁ ନୂତନ ଦାୟିତ୍ବ ମିଳିଛି। ଚିନ୍ତାମଣୀ ଏବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏସ୍‌ଡିପିଓ ଭାବେ କାର୍ୟ୍ୟରତ ଅଛନ୍ତି।

Related Articles

Leave a Reply

Your email address will not be published.

Back to top button