ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା “ମୋ ପରିବାର”

ଜଟଣୀ: ରାମଚନ୍ଦ୍ର ପୁର ସ୍ଥିତ ମା’ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା”ମୋ ପରିବାର” ସଦାସର୍ବଦା ନିଆରା ପ୍ରୟାସ କରିଚାଲିଛି l ପୁଣ୍ୟାତ୍ମା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଏବଂ କିଛି ସଦସ୍ୟ ମାନଙ୍କୁ ସାଙ୍ଗରେ ନେଇ ପହଞ୍ଚି ଥିଲେ ସୁଆଣ୍ଡୋରେ ପ୍ରଥମେ ଗୋପବନ୍ଧୁଙ୍କ ଜନ୍ମ ଗୃହ କୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ପ୍ରଣାମ କରିଥିଲେ l ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଗୋପବନ୍ଧୁଙ୍କ ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ ଏବଂ ସମାଜରେ ସେବା କରିବା ପାଇଁ ବୁଝାଇ ଥିଲେ l ତାପରେ ସଭାସ୍ଥଳକୁ ଯାଇଥିଲେ l
ସୁଆଣ୍ଡୋ ଗୋପବନ୍ଧୁ ସ୍ମୁତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଏବଂ ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ l ଖାଦ୍ୟ ବଣ୍ଟନ ସ୍ଥାନକୁ ଶ୍ରୀ ଶତପଥୀ ଯାଇ ସୂଚାରୁ ରୂପେ କିପର ଲୋକ ମାନେ ଶାନ୍ତିରେ ଖାଦ୍ୟ ଖାଇ ପାରିବେ ନିଜେ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ l ପ୍ରତିଷ୍ଠାତା ଶ୍ରୀ ଶତପଥୀ ବିଭିନ୍ନ ରାଜନୈତିକ ରାଜନେତାଙ୍କ ସହ କିଛି ଆଲୋଚନା କରି ଥିଲେ l ଏହି କାର୍ଯ୍ୟକ୍ରମରେ”ମୋ ପରିବାର”ର ସଦସ୍ୟ ମନୋଜ ମହାରଣା,ଶୁଭ୍ରାଂଶୁ କୁମାର,ସଦସ୍ୟା ଭାରତୀ ସିଂ,ସନ୍ଧ୍ୟା ରାଣୀ ମହାରଣା ଏବଂ ସ୍ଵପ୍ନାରାଣୀ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ l