ନଅଟି ସହରରେ ଗଡିବ ମୋ ବସ୍‍

ଭୁବନେଶ୍ୱର: ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍ ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ନଅଟି ସହରାଞ୍ଚକୁ ସାମିଲ ପାଇଁ ଅନୁମୋଦନ କରିଛନ୍ତି । ଏଥି ମଧ୍ୟରେ ସମ୍ବଲପୁର-ଝାରସୁଗୁଦା-ବ୍ରଜରାଜନଗର-ବେଲପାହର କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟର ଆଦି ରହିଥିବା ନେଇସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ । ମୋ ବସ୍‌ର ଏହି ସମ୍ପ୍ରସାରଣ ତିନିଟି ଜିଲ୍ଲାର ପ୍ରାୟ ୧୧,୬୧,୦୦୦ ସହରାଞ୍ଚଳ ଲୋକେଙ୍କୁ ପରିବହନ ସେବା ଯୋଗାଇଦେବ ବୋଲି ସେ କହିଛନ୍ତି । ମୋ ବସ୍ ସେବା ଯାହା ୬ ନଭେମ୍ବର ୨୦୧୮ ରେ ଏସପିଭି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ଅଧୀନରେ ରାଜ୍ୟ ରାଜଧାନୀରେ ଆରମ୍ଭ ହୋଇଥିଲା । ଏଥିରେ ୩୯୦ ଟି ବସ୍ ସହିତ ଦିନକୁ ୨.୩ ଲକ୍ଷ ଯାତ୍ରୀ ସହ ଖୋର୍ଦ୍ଧା, କଟକ ଏବଂ ପୁରୀ ଜିଲ୍ଲାକୁ ଅର୍ନ୍ତଭୁକ୍ତ କରିଛି । ଗତ ସାଢେ ଚାରି ବର୍ଷ ମଧ୍ୟରେ ଓଡିଶାର ମୋ ବସ୍ ସେବା ନାଗରିକଙ୍କ ଦୈନନ୍ଦିନ ଯାତାୟାତକୁ ବହୁ ମାତ୍ରାରେ ସହଜ କରିଛି ଏବଂ ଅନେକଙ୍କ ପାଇଁ ମୋ ବସ୍ ପରିବହନର ସବୁଠାରୁ ପସନ୍ଦଯୋଗ୍ୟ ଭାବେ ପରିଣତ ହୋଇଛି । କ୍ରୁଟ୍‍ ଭୁବନେଶ୍ୱର ସହରାଞ୍ଚଳ ପରିବହନ କ୍ଷେତ୍ର, କଟକ ସହରାଞ୍ଚଳ ପରିବହନ କ୍ଷେତ୍ର, ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ସହରୀ ବସ୍ ସେବା ଯୋଗାଇବା ପାଇଁ ଅନୁମତି ପାଇଛି । ଓଡ଼ିଶାର ରାଜଧାନୀ ଅଞ୍ଚଳର ଲୋକଙ୍କ ପାଇଁ ଯାତାୟତକୁ ସହଜ ଓ ସୁଗମ କରିବାପରେ, ଅତ୍ୟଧିକ ଭଲପାଇବା ଏବଂ ଜନସାଧାରଣଙ୍କ ସମର୍ଥନକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ହକି ବିଶ୍ୱକପ ସମୟରେ ଜାନୁଆରୀ ୨୦୨୩ ରେ ୧୦୦ ବସ୍ ଏବଂ ୨୭,୦୦୦ ରାଇଡ୍ ସହିତ ସୁନ୍ଦରଗଡ ଜିଲ୍ଲାର ରାଉରକେଲା-ବୀରମିତ୍ରପୁର-ରାଜଗଙ୍ଗପୁର ମାଷ୍ଟର ପ୍ଲାନ ଅଞ୍ଚଳକୁ ବୃଦ୍ଧି କରାଯାଇଥିଲା । ସାଧାରଣ ପରିବହନ ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ଏହାର ନାଗରିକମାନଙ୍କର ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମକୁ ମୋ ବସ୍ ସେବାର ସମ୍ପ୍ରସାରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସରକାର ଅନୁଭବ କରୁଛନ୍ତି ଯେ ଏହି ସମ୍ପ୍ରସାରଣ କେବଳ ବାସିନ୍ଦାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ନାହିଁ ବରଂ ଏହି ଅଞ୍ଚଳର ସାମଗ୍ରିକ ବିକାଶ ତଥା ପ୍ରଗତିରେ ମଧ୍ୟ ସହାୟକ ହେବ ।

Related Articles

Leave a Reply

Your email address will not be published.

Back to top button