ବିଜେପିରେ ଯୋଗଦେଲେ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ

ନୂଆଦିଲ୍ଲୀ: ଆଜି ଆସାମ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ନାଗାଓଁ ଲୋକସଭା ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ ଆନୁଷ୍ଠାନିକ ଭାବରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ଆସାମ ବିଜେପି ସଭାପତି ଦିଲୀପ ସାଇକିଆଙ୍କ ଉପସ୍ଥିତିରେ ବୋରଦୋଲୋଇ ବିଜେପିରେ ଯୋଗଦେଇଛନ୍ତି।  ନାଗାଓଁ ଲୋକସଭା ସାଂସଦ ପ୍ରଦ୍ୟୁତ ବୋରଦୋଲୋଇଙ୍କ ବିଜେପିରେ ଯୋଗଦାନ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ କହିଛନ୍ତି ଯେ, “ନାଗାଓଁ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ସହିତ ତାଙ୍କର ଇତିହାସ ୧୯୭୫ ମସିହାରୁ ଆରମ୍ଭ ହୋଇଛି। ବିଜେପିରେ ତାଙ୍କର ଯୋଗଦାନ ଦଳକୁ ମଜବୁତ କରିବ। ଆମେ ସମସ୍ତେ ତାଙ୍କୁ ଦଳରେ ସ୍ୱାଗତ କରୁଛୁ।” ପ୍ରଦ୍ୟୁତ ବୋରଦୋଲୋଇ ଗତକାଲି କଂଗ୍ରେସରେ ତାଙ୍କର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଗୋଟିଏ ଧାଡିର ଇସ୍ତଫା ପତ୍ର ପଠାଇଥିଲେ। ମାତ୍ର ୨୪ ଘଣ୍ଟା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସୂତ୍ର ଅନୁସାରେ, ତାଙ୍କ ଯୋଗଦାନରେ ସମଗ୍ର ଆସାମ ବିଜେପି ଦଳ ସାମିଲ ଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button