ପୁଅକୁ ଧରି ନଦୀକୁ ଡେଇଁଲା ମା’

ଭୁବନେଶ୍ବର: କଟକ ଜିଲ୍ଲା ସାଲେପୁରର ନେମାଳ ବ୍ରିଜରୁ ଜଣେ ମହିଳା  ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଥିବ ଜଣାଯାଇଛି।ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ପତ୍ତା ମିଳିନାହିଁ। ମୃତ ପୁଅର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ମା’ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।  ମା’ପୁଅ ନଦୀକୁ କେଉଁ କାରଣ ପାଇଁ ଡେଇଁ ପଡ଼ିଲେ ତାର କାରଣ ଅସ୍ପଷ୍ଟ ରହିଛି। ଗ୍ରୁପ ଲୋନ କରିବା ହେତୁ ମହିଳା ଜଣଙ୍କ ଚିନ୍ତିତ ଥିଲେ, ସେଥିପାଇଁ ନଦୀକୁ ଡେଇଁ ପଡିଥିବା ସମ୍ପକୀୟ କହିଛନ୍ତି। ପୁଲିସ  ଘଟଣାର ତଦନ୍ତ କରୁଛି।

Related Articles

Leave a Reply

Your email address will not be published.

Back to top button