ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଏପ୍ରିଲ ୨ରୁ ସକାଳୁଆ ସ୍କୁଲ। ବଢୁଥିବା ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସକାଳୁଆ ସ୍କୁଲ ହେବ। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ସ୍କୁଲ।ଗତ କିଛି ଦିନ ହେଲା ରାଜ୍ୟରେ ତାତି ବଢ଼ି ଚାଲିଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଲୋକେ ଘରୁ ବାହାରିବା ପାଇଁ ନିରାପଦ ମଣୁ ନାହାନ୍ତି। ଲଗାତାର ଭାବେ ତାତି ଉପର ମୁହାଁ ହୋଇଥିବାରୁ ଛୋଟ ଛୋଟ ପିଲାମାନେ କେମିତି ସ୍କୁଲ ଯିବେ? ତାତିରେ ସ୍କୁଲରେ କେମିତି ପିଲାମାନେ ପଢ଼ିବେ? ସେହି ଚିନ୍ତା ଅଭିଭାବକଙ୍କୁ ଘାରିଥିଲା। ତାତିକୁ ଦେଖି ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button