ଆଗୁଆ ଆସିବ ମୌସୁମୀ

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ସମୟ ଠାରୁ ଆଗୁଆ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ମେ ’ ୩୧ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁବା ନେଇ ଆକଳନ କରିଛି ଆଇଏମଡି। ସାଧାରଣତଃ ମେ ’ ୨୨ ବେଳକୁ ଏହା ସଚଳ ହେବା ସହିତ ଜୁନ୍‌ ପହିଲାରେ ପ୍ରଥମେ କେରଳ ଉପକୂଳ ଛୁଇଁ ଥାଏ। ଏହାପରେ ଏହା ଉତ୍ତର ଦିଗକୁ ଗତି କରିବା ସହିତ ଜୁଲାଇ ୧୫ ସୁଦ୍ଧା ଦେଶର ପ୍ରାୟ ସମସ୍ତ ଭାଗରେ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ମୌସୁମୀ ମେ ’ ୧୯ ତାରିଖରେ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଭାଗର କିଛି ଅଞ୍ଚଳ ଏବଂ ନିକୋବର ଦ୍ବୀପାଞ୍ଚଳରେ ଗତିଶୀଳ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଜୁନରୁ ସେପ୍ଟମ୍ବର ମାସ ମଧ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ମଧ୍ୟ ଆଇଏମଡି ଆକଳନ କରିଛି। ମୌସୁମୀଜନିତ ବର୍ଷା ୧୦୬ ପ୍ରତିଶତ ରହିବା ସହିତ ଦୀର୍ଘସୂତ୍ରରେ ବର୍ଷାର ହାରାହାରି ପରିମାଣ ମଧ୍ୟ ଅଧିକ ରହିବ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button