ଆସୁଛି ମୌସୁମୀ, ୨୪ ଘଣ୍ଟାରେ କେରଳ ଛୁଇଁବ

ନୂଆଦିଲ୍ଲୀ: ତାତି ଭିତରେ ଆସିଲା ଭଲ ଖବର । ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ତେଣୁ ଖୁବଶୀଘ୍ର ମୌସୁମୀ ଛୁଇଁବାନେଇ ଆକଳନ କରାଯାଇଛି ।  ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବ। କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ପୂରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ଆଶା ସଞ୍ଚାର ହୋଇଛି। ଶ୍ରୀ ମହାପାତ୍ରଙ୍କ କହିବା କଥା, ଜୁନ ମାସରେ ଭାରତରେ ୯୨ରୁ ୧୦୮% ବର୍ଷା ହୋଇପାରେ। ଅର୍ଥାତ ଜୁନ ମାସରେ ସ୍ୱାଭାବିକ ବର୍ଷା ହେବ। ଜୁଲାଇରୁ ସେପ୍ଟେମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ବର୍ତ୍ତମାନ ମୌସୁମୀ କେରଳ ଛୁଇଁବା ପାଇଁ ଉପଯୁକ୍ତ ପାଣିପାଗ ରହିଛି।

Related Articles

Leave a Reply

Your email address will not be published.

Back to top button