କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା ଟଙ୍କା ବିଡ଼ା

ନୂଆଦିଲ୍ଲୀ:  କଂଗ୍ରେସ ସଦସ୍ୟ ଅଭିଷେକ ମନୁ ସିଂହଭିଙ୍କ ପାଇଁ ଆବଣ୍ଟିତ ରାଜ୍ୟସଭା ଆସନରୁ ଟଙ୍କା ବିଡ଼ା ବାହାରିଲା ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର। ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍‌ ସବୁ ଯାଞ୍ଚ କରୁଥିବାବେଳେ ଅଭିଷେକ ମନୁ ସିଂହଭିଙ୍କ ଆସନରୁ ଟଙ୍କା ବିଡ଼ା ପାଇଥିଲେ। ଏହି ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଧନକର ରାଜ୍ୟସଭାରେ ଘୋଷଣା କରିଛନ୍ତି। ଧନକରଙ୍କ ଘୋଷଣାକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପୂର୍ବରୁ ଅଧ୍ୟକ୍ଷ କାହାର ନାମ ନେବା ନୁହେଁ ବୋଲି କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖଡ଼ଗେ କହିଛନ୍ତି। ନିଜେ ସାଂସଦ ସିଂହଭି ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ ୫୦୦ ଟଙ୍କିଆ ନୋଟ୍‌ଟିଏ ନେଇ ରାଜ୍ୟସଭାକୁ ଆସିଥାନ୍ତି। ଏଭଳି ଅଭିଯୋଗ ପ୍ରଥମ ଥର ସେ ଶୁଣୁଛନ୍ତି। ସେ କହିଛନ୍ତି ଯେ ସେ ଗତକାଲି ମଧ୍ୟାହ୍ନ ୧୨.୫୭ ଘଣ୍ଟାରେ ରାଜ୍ୟସଭା ଗୃହରେ ପ୍ରବେଶ କରିଥିଲେ। ସଦନର କାର୍ୟ୍ୟ ଦିନ ୧ ଘଣ୍ଟା ସମୟରେ ବନ୍ଦ ରହିଲା। ତା’ପରେ ସେ ଯାଇଁ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ଅଯୋଧ୍ୟା ପ୍ରସାଦଙ୍କ ସହ ୧.୩୦ ଘଣ୍ଟା ଯାଏଁ ରହି ସଂସଦ ଭବନ ଛାଡ଼ିଥିଲେ ବୋଲି ସିଂହଭି କହିଛନ୍ତି। ଏ ନେଇ ସେ ତାଙ୍କର ଏକ୍ସ (ପୂର୍ବର ଟୁଇଟର) ଏକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଓ ତାଙ୍କର ପୂରା କଥା ଉଦ୍ଧୃତ କରି ରିପୋର୍ଟ ଲେଖିବାକୁ ସାମ୍ବାଦିକମାନଙ୍କୁ ଅନୁରୋଧ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button