ମୋଜତାବା ଇରାନର ସର୍ବୋଚ୍ଚ ନେତା ନିର୍ବାଚିତ

ନୂଆଦିଲ୍ଲୀ: ଇରାନର ବିଶେଷଜ୍ଞ ସଭା ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ପୁଅ ମୋଜତାବା ଖେମିନିଙ୍କୁ ଦେଶର ସର୍ବୋଚ୍ଚ ନେତା ଭାବରେ ମନୋନୀତ କରିଛି। ଆମେରିକା-ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଅଲି ଖେମିନିଙ୍କ ମୃତ୍ୟୁ ପରେ ଉପୁଜିଥିବା ଉତ୍ତରାଧିକାରୀ ସଙ୍କଟ ମଧ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ, ଶକ୍ତିଶାଳୀ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ଚାପରେ ଏହି ଚୟନ କରାଯାଇଛି। ସୂତ୍ର ଅନୁଯାୟୀ ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିରେ ବିଶେଷଜ୍ଞ ପରିଷଦର ପୂର୍ଣ୍ଣ ବୈଠକ ସୁରକ୍ଷା ଦୃଷ୍ଟିରୁ କଷ୍ଟକର ହୋଇପଡ଼ିଛି। ତେଣୁ ଭର୍ଚୁଆଲ୍ ବୈଠକ ଓ ଆଭ୍ୟନ୍ତରୀଣ ପରାମର୍ଶ ମାଧ୍ୟମରେ ଏହି ନିଷ୍ପତ୍ତି ନିଆଯାଇଛି। ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ମୋଜତାବାଙ୍କ ପାଇଁ ଲବି କରିବା ପାଇଁ ମୌଳବାଦୀ ଗୋଷ୍ଠୀଗୁଡ଼ିକୁ ଏକତ୍ରିତ କରିଥିବା ରିପୋର୍ଟ ହୋଇଛି। ମୋଜତାବା ତାଙ୍କ ପିତାଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାରେ ତାଙ୍କର ପ୍ରଭାବ ମଧ୍ୟ ଅଧିକ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button