ବିଶ୍ବନେତାଙ୍କୁ ମୋଦିଙ୍କ ଉପହାର: ଦେଲେ ତାରକସୀ ପର୍ସ, କୋଣାର୍କ ଚକ୍ର ଓ ପଟ୍ଟଚିତ୍ର

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ବିଶ୍ବନେତାଙ୍କୁ ମୋଦିଙ୍କ ଉପହାର । ଭାରତର ବିଭିନ୍ନ ପାରମ୍ପରିକ କଳାକୃତିକୁ ଉପହାର ଆକାରରେ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କଳାକୃତି ମଧ୍ୟରେ ରହିଛି ଓଡ଼ିଶାର କୋଣାର୍କ ଚକ୍ରର ପ୍ରତିକୃତି ଓ ରଘୁରାଜପୁର ପଟ୍ଟଚିତ୍ର, କଟକର ରୁପା ତାରକସୀ ପର୍ସ ।  ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଜର୍ମାନ ଚାନସେଲର ଫ୍ରିଏଡ୍ରିଚ ମର୍ଜଙ୍କୁ କୋଣାର୍କ ଚକ୍ରର ପ୍ରତିକୃତି ଉପହାର ଦେଇଛନ୍ତି । କୋଣାର୍କ ଚକ୍ରର ପ୍ରତିକୃତିକୁ ବାଲିପଥରରେ ନିର୍ମାଣ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଭଳି ପ୍ରତିକୃତିରେ ମଧ୍ୟ ୨୪ଟି ଅର ରହିଛି ।  ସେହିପରି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ମୋଦି।  ପଟ୍ଟଚିତ୍ର ଓଡ଼ିଶାର ପାରମ୍ପରିକ ସୁନ୍ଦର କଳାକୃତି । କାନାଡ଼ାର ଗଭର୍ଣ୍ଣର ଜେନେରାଲ ମାରି ସିମନଙ୍କୁ କଟକରୁପା ତାରକସୀ ପର୍ସ ଉପହାରରେ ଦେଇଛନ୍ତି ।  ସେହିପରି ପଟ୍ଟଚିତ୍ରରେ ଭାରତୀୟ ପୌରାଣିକ କଥାବସ୍ତକୁ ଚିତ୍ର ଆକାରରେ ଅଙ୍କନ କରାଯାଇଥାଏ ।  ମୁଖ୍ୟତଃ ଏଥିରେ ଭଗବାନ କୃଷ୍ଣ ଓ ଜଗନ୍ନାଥ ସଂସ୍କୃତିର ଝଲକ ଅଧିକ ଦେଖିବାକୁ ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button