୮ରେ ଶପଥ ନେବେ ମୋଦୀ

ନୂଆଦିଲ୍ଲୀ: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ଆସନ୍ତା ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି । ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଉତ୍ତରପ୍ରଦେଶର ବାରାଣସୀ ଆସନରୁ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ମୋଦୀ ୧,୫୨,୫୧୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଚଳିତ ଥର ମୋଦୀଙ୍କ ବିଜୟ ବ୍ୟବଧାନ କମ୍‌ ରହିଛି। ୨୦୧୯ରେ ମୋଦୀଙ୍କ ବିଜୟ ବ୍ୟବଧାନ ୪,୭୯,୫୦୫ ଥିଲା। ୨୦୧୪ରେ ମଧ୍ୟ ମୋଦୀଙ୍କ ବିଜୟ ବ୍ୟବଧାନ ୩,୭୧,୭୮୪ ଥିଲା।

Related Articles

Leave a Reply

Your email address will not be published.

Back to top button