“ବିପ୍ରଶ୍ରୀ ଗୌରବ”ସମ୍ମାନ ପାଇଲେ “ମୋ ପରିବାର” ପ୍ରତିଷ୍ଠାତା

ଖୋର୍ଦ୍ଧା/ଜଟଣୀ: ତିଳ ସପ୍ତମୀ ଅବସରରେ ଗତ କାଲି ରାଉରକେଲାର ବେଦବ୍ୟାସରେ ଥିବା କଲ୍ୟାଣ ଆଶ୍ରମ ଠାରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଭା ଓ ରାଉରକେଲା ବ୍ରାହ୍ମଣ ମହାସଭା ମିଳିତ ଉଦ୍ୟମରେ ଏକ ବିଶାଳ କାର୍ଯ୍ୟକାରୀଣି ବୈଠକରେ “ମୋ ପରିବାର” ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କୁ “ବିପ୍ରଶ୍ରୀ ଗୌରବ”ସମ୍ମାନରେ ସମ୍ମାନିତ କରାଯାଇଛି l ସଂସ୍ଥାର ମହାସଚିବ ତଥା ରାଉରକେଲା ସଭାପତି ଶ୍ରଦ୍ଧା ଷଡ଼ଙ୍ଗୀ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଶ୍ରମର ପ୍ରତିଷ୍ଠାତା ଅଗ୍ନି ବାବା, ଅତିଥି ଭାବେ ବ୍ରାହ୍ମଣ ଦେବତା ମାନେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ”ମୋ ପରିବାର”ର ପ୍ରତିଷ୍ଠାତା ତଥା ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ପର୍ଶୁରାମ ବାହିନୀର ରାଜ୍ୟ ସମ୍ପାଦକ ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କୁ “ବିପ୍ରଶ୍ରୀ ଗୌରବ ସମ୍ମାନ”ରେ ସମ୍ମାନୀତ କରିଥିଲେ l

ଓଡିଶାର କଟକ,ପୁରୀ,ଭୁବନେଶ୍ୱର,ଯାଜପୁର,ଢେଙ୍କାନାଳ,ଖୋର୍ଦ୍ଧା,ଜଗସିଂହପୁର,କେନ୍ଦ୍ରାପଡ଼ା,ବରଗଡ଼,ବଲାଙ୍ଗୀର ଓ ସୁନ୍ଦରଗଡ଼ ବ୍ରାହ୍ମଣ ମାନେ ବ୍ରାହ୍ମଣ ସଭାରେ ଯୋଗ ଦେଇଥିଲେ l ବିଶ୍ୱ କଲ୍ୟାଣ ଓ ଶାନ୍ତି ପାଇଁ ରାଉରକେଲା ମହାସଭା ତରଫରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଶଙ୍ଖ,କୋଇଲି ଓ ବ୍ରାହ୍ମଣୀର ସଙ୍ଗମ ବେଦବ୍ୟାସ ନଦୀ କୂଳରେ ସଙ୍ଗମ ଆଳତି,ଆଶ୍ରମରେ ଯଜ୍ଞ ପରେ ବ୍ରାହ୍ମଣର କର୍ତ୍ତବ୍ୟ ଓ ଆଜିର ପରିସ୍ଥିତି ବ୍ରାହ୍ମଣ କାହିଁକି ଅବହେଳା ଆଲୋଚନା ଚକ୍ର ପରେ ବ୍ରାହ୍ମଣ ଦେବତାଙ୍କୁ ସମ୍ମାନିତ କରାଯାଇଥିଲା l



