ବଢିଲା ବିଧାୟକଙ୍କ ଦରମା

ଭୁବନେଶ୍ୱର: ବଢିଲା ବିଧାନସଭା ଜନପ୍ରତିନିଧିଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ଜାଣିରଖନ୍ତୁ, ଏହି ବିଲ୍ ପାରିତ ହେବା ପରେ ବିଧାୟକ ଓ ବାଚସ୍ପତିଙ୍କ ଦରମା କେତେ ବୃଦ୍ଧି ପାଇଛି? ବାଚସ୍ପତିଙ୍କ ଦରମା ୪୦,୫୦୦ରୁ ୯୮ ହଜାରକୁ ବୃଦ୍ଧି କରାଯାଇଛି । ବୈଠକ ଭତ୍ତା ୮୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି ହୋଇଛି । କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ । ୪୦ ହଜାର ଟଙ୍କା ପାଉଥିଲେ ୯୬ ହଜାର ଟଙ୍କା ମିଳିବ । ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା । ସେହିପରି ଉପବାଚସ୍ପପତି ପାଇବେ ୯୪ ହଜାର ଟଙ୍କା । ପୂର୍ବରୁ ଉପବାଚସ୍ପତିଙ୍କ ଦରମା ୩୮ ହଜାର ଟଙ୍କା ଥିଲା । ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ । କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ଟଙ୍କା ପାଇବେ । ବ୍ୟକ୍ତିଗତ ଭାବେ ୧ ଲକ୍ଷ ୭୭ ହଜାର ଟଙ୍କା ପାଇବେ । ପୂର୍ବରୁ ବ୍ୟକ୍ତିଗତ ଭତ୍ତା ୪୦ ହଜାର ଟଙ୍କା ଥିଲା । ବାସଗୃହ ଭତ୍ତା ବାବଦକୁ ୨ ହଜାର ଟଙ୍କା ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button