ନିଜକୁ ଗୁଳି କଲେ ବିଧାୟକ

ନୂଆଦିଲ୍ଲୀ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ। ପଶ୍ଚିମ ଲୁଧିଆନାର ଆମ୍‌ ଆଦମୀ ପାର୍ଟି ବିଧାୟକ ବିଧାୟକ ଗୁରୁପ୍ରୀତ ଗୋଗିଙ୍କୁ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଡିସିପିଙ୍କ କହିବା ମୁତାବକ, ଗୁଳି ବାଜିବା ପରେ ତରନ୍ତ ତାଙ୍କୁ ଲୁଧିଆନା ସ୍ଥିତ ଡିଏମ୍‌ସି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ବର୍ତ୍ତମାନ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏହି ଘଟଣା ରାତି ପ୍ରାୟ ୧୨ଟା ସମୟରେ ଘଟିଥିଲା।ସୂଚନା ମୁତାବକ, ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି। ଭୁଲ୍‌ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button