ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ

ନୂଆଦିଲ୍ଲୀ:  ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ହେବାରୁ ମିଥୁନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ସକାଳେ ମିଥୁନ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରେ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ମିଳିଥିବା ସୂଚନା ମୁତାବକ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ଗତ କିଛି ଦିନ ପୂର୍ବରୁ ମିଥୁନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବଲିଉଡ ସମେତ ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ମିଥୁନ ଅଭିନୟ କରିଛନ୍ତି । ବେଶ କିଛି ବର୍ଷ ବଲିଉଡରେ ରାଜ କରିବା ପରେ ଗତ କିଛି ଦିନ ହେବ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ । ଏବେ ପଶ୍ଚିମବଙ୍ଗ ବିଜେପି ରାଜନୀତିରେ ବେଶ ସକ୍ରିୟ ଅଛନ୍ତି ମିଥୁନ ।

Related Articles

Leave a Reply

Your email address will not be published. Required fields are marked *

Back to top button