କୋଟିପତି ଆରଟିଓ ଗିରଫ

ଭୁବନେଶ୍ୱର: ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଆରଟିଓ ବସନ୍ତ କୁମାର ମହାପାତ୍ର ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱରର ଅନେକ ସ୍ଥାନରେ ଫ୍ଲାଟ କିଣିଥିବାବେଳେ, ଏକାଧିକ ବ୍ୟାଙ୍କ ଆକାଉଂଟ ଓ ବିଭିନ୍ନ ବଣ୍ଡରେ ଜମା କରିଛନ୍ତି କୋଟି କୋଟି ଟଙ୍କା । ଏହାଜଣାପଡିବା ପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବୌଦ୍ଧ ଆରଟିଓ ଅଫିସ, ବସନ୍ତଙ୍କ ଭଡାଘର, ଭୁବନେଶ୍ୱରସ୍ଥିତ ବିଭିନ୍ନ ଠିକଣା, ଭଞ୍ଜନଗର ସ୍ଥିତ ପୈତୃକ ଘରେ ଓ ବ୍ରହ୍ମପୁର ଚଢ଼ାଉ କରାଯାଇଥିଲା । ଛାନବିନରୁ ଜଣାପଡିଥିଲା  କେବଳ ଭୁବନେଶ୍ୱରରେ ରହିଛି ବସନ୍ତଙ୍କର ୫ ଟି ଫ୍ଲାଟ । ଭୁବନେଶ୍ୱର ଓ ବେଙ୍ଗାଲୁରରେ ଆଉ ଦୁଇଟି ଫ୍ଲାଟ କିଣିବା ପାଇଁ ଅଗ୍ରୀମ ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା ଦେଇଛନ୍ତି । ଭୁବନେଶ୍ୱରର ଏକ ବଡ ସପିଂ ମଲରେ ରହିଛି ଦୁଇଟି ବଡ ବଡ ଦୋକାନ ଘର । ବସନ୍ତଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ରହିଛି ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା । ବଣ୍ଡ୍ ମାଧ୍ୟମରେ ଜମା ରଖିଛନ୍ତି ୪୮ ଲକ୍ଷ ଟଙ୍କା । ୩୧ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ରହିଛି । ପାଖାପାଖି ୨୬୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ମିଳିଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ । କିନ୍ତୁ ଜବତ ସମ୍ପତ୍ତିର ସଠିକ ହିସାବ ଦେଇନପାରିବାରୁ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୁବେର ଆରଟିଓ ବସନ୍ତ ମହାପାତ୍ର ।

Related Articles

Leave a Reply

Your email address will not be published.

Back to top button