ହଠାତ୍‌ ପାରଦ ଉପରମୁହାଁ

ଭୁବନେଶ୍ୱର: ଜାନୁଆରୀ ନ ସରୁଣୁ ହଠାତ୍‌ ପାରଦ ଉପରମୁହାଁ ହୋଇଛି। ଶୀତ ଗାଏବ୍‌ ହୋଇଯାଇଥିବାବେଳେ ରାତିରେ କୁହୁଡ଼ି ଓ ଦିନରେ ଖରା ଡରାଉଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୃଷ୍ଟାନ୍ତମୂଳକ ଭାବେ ରାତି ତାପମାତ୍ରା ବୃଦ୍ଧି ପାଇଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ରହିଛି। ଗୋଟିଏ ଦୁଇଟି ଜିଲାରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ଓ ଆଉକିଛି ଜିଲାରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ବୁଧବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୩. ୪ ଡିଗ୍ରୀ ସେଲସିୟସ୍‌ ରହିଥିଲା। ସେହିଭଳି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆସନ୍ତା ୩ଦିନରେ କେତେକ ସ୍ଥାନରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବୃଦ୍ଧି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଭଦ୍ରକ ଜିଲାର କିଛି ସ୍ଥାନରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ଜଗତ୍‌ସିଂହପୁର ଓ ଝାରସୁଗୁଡ଼ାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପ୍ରଭାବ ରହିଥିଲା। ୨୪ ତାରିଖ ପର୍ୟ୍ୟନ୍ତ କୁହୁଡ଼ି ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Related Articles

Leave a Reply

Your email address will not be published. Required fields are marked *

Back to top button