ଭୁବନେଶ୍ୱରରେ ୪୦ ଡିଗ୍ରୀ ଡେଇଁଲା ପାରଦ

ଭୁବନେଶ୍ୱର : ମଙ୍ଗଳବାର ଭୁବନେଶ୍ୱର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୪୦.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୨  ଡ଼ିଗ୍ରୀ , ସମ୍ବଲପୁରରେ ୩୮.୬ ଡ଼ିଗ୍ରୀ , ହୀରାକୁଦରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୪.୨ ଡ଼ିଗ୍ରୀ , ପାରାଦୀପରେ ୨୮.୦ ଡ଼ିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ଦକ୍ଷିଣ, ଦକ୍ଷିଣ – ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଏହାସହ ଉପକୂଳରେ ଆର୍ଦ୍ରତାର ପରିମାଣ ୪୦ପ୍ରତିଶତ ରହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆସନ୍ତା ୨୧ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Related Articles

Leave a Reply

Your email address will not be published.

Back to top button