ଭୂମିକମ୍ପରେ ଥରିଲା ମେଘାଳୟ, ରିକ୍ଟର ସ୍କେଲରେ ତୀବ୍ରତା ୪.୧
ନୂଆଦିଲ୍ଲୀ: ଥରିଲା ମେଘାଳୟ । ଆଜି ପୁଣିଥରେ ମେଘାଳୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିନ ୧୨ଟା ୩୪ ମିନିଟରେ ଏଠାରେ ୪.୧ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା ୧୦ କିଲୋମିଟର ଗଭୀରତାରେ ଥିଲା । ମେଘାଳୟର ଦକ୍ଷିଣ ପଶ୍ଚିମ ଖାସି ହିଲ୍ସ ଅଞ୍ଚଳରେ ଏହି ଝଟକା ଅନୁଭବ କରାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ମପାଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଏହି ଭୂମିକମ୍ପ ଯୋଗୁ ଆସାମ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ।