ଶୀଘ୍ର ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ

ଭୁବନେଶ୍ବର : ସରିଲା ମାଟ୍ରିକ ଖାତା ଦେଖା ପ୍ରକ୍ରିୟା। ବର୍ତ୍ତମାନ ଆରମ୍ଭ ହେବ ଟ୍ୟାବୁଲେଶନ ଓ ଅନ୍ୟ ଫଳ ପ୍ରକାଶ କରିବାର ପ୍ରକ୍ରିୟା। ଏହା ସହ ଖୁବ୍ ଶୀଘ୍ର ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ଉପ-ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ରାଜ୍ୟର ବୋର୍ଡ ତୁଳନାରେ ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା ଫଳ ।  କୌଣସି ନିର୍ଦ୍ଦିଷ୍ଟ ତାରିଖ ଏବେଠାରୁ ଘୋଷଣା କରି ତରବରିଆରେ ଫଳ ପ୍ରକାଶ କରି ତୃଟି ରଖିବା ପାଇଁ ଚାହୁଁ ନାହୁଁ,  ବରଂ ତ୍ରୁଟି ଶୂନ୍ୟ ଫଳ ପ୍ରକାଶ କରିବୁ । ତେବେ ଶୀଘ୍ର ପ୍ରକାଶ କରିବୁ ବୋଲି ଚେଷ୍ଟା କରୁଛୁ । ସୂଚନାଯୋଗ୍ୟ, ଏଥର ମୂଲ୍ୟାୟନ କାର୍ଯ୍ୟରେ ୧୩ ହଜାର ଶିକ୍ଷକ, କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏଥିମଧ୍ୟରୁ ପ୍ରାୟ ୧୨ ହଜାର ୪ ଶହ ଶିକ୍ଷକ ଖାତା ଦେଖୁଥିଲେ । ମାଟ୍ରିକ୍‌ ରେଗୁଲାର, ଏକ୍ସରେଗୁଲାର ସହ ଏସ୍‌ଓଏସ୍‌ସି ଓ ସଂସ୍କୃତ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି ସେଣ୍ଟରରେ ଏଥର ପରୀକ୍ଷା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button