ASI ଙ୍କୁ ହତ୍ୟା ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ଗୁରୁତର

ନୂଆଦିଲ୍ଲୀ: ବିହାର ମୁଙ୍ଗେରରେ ଏଏସଆଇଙ୍କୁ ହତ୍ୟା କରିବା ପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ବିବାଦ ତୁଟାଇବାକୁ ଯାଇଥିବା ଏଏସଆଇଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟରରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଛି । ସୂଚନା ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଲାଗିଥିବା ବିବାଦକୁ ରଫାଦଫା କରିବାକୁ ପୋଲିସ୍ ଟିମ୍ ସହିତ ଏଏସଆଇ ସନ୍ତୋଷ କୁମାରଙ୍କୁ ଗାଁରେ ପହଞ୍ଚିଥିଲେ । ପୋଲିସ ଲୋକଙ୍କୁ ବୁଝାସୁଝା କରିଥିଲା । ମାତ୍ର ବିବାଦ ତୁଟିବା ବଦଳରେ ଭୟଙ୍କର ରୂପ ଧାରଣ କରିଥିଲା । ଏହି ସମୟରେ ଏକ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଏଏସଆଇଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ସନ୍ତୋଷ କୁମାର ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ହସପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଏଏସଆଇ ସନ୍ତୋଷ କୁମାର ହେଉଛନ୍ତି ଭଭୁଆର ବାସିନ୍ଦା । ସେ ଶୁକ୍ରବାର ଜରୁରୀକାଳୀନ ସେନା ୧୧୨ ଡ୍ୟୁଟିରେ ଥିଲେ । ସଂଧ୍ୟା ପ୍ରାୟ ୭.୪୫ ମିନିଟରେ ଏକ ଫୋନ୍ କଲ୍ ଆସିଥିଲା । ଆଇଟିସି ନନ୍ଦଲାଲପୁର ନିକଟରେ ଦୁଇ ପରିବାର ଝଗଡ଼ା ଲାଗିଥିଲେ । ସୂଚନା ମିଳିବା ପରେ ଏଏସଆଇ ସନ୍ତୋଷ କୁମାର ପୋଲିସ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଝଗଡ଼ା କରୁଥିବା ଦୁଇ ପକ୍ଷଙ୍କୁ ବୁଝାସୁଝା କରିଥିଲେ । ମାତ୍ର ଗୋଟିଏ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଏଏସଆଇଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ । ସନ୍ତୋଷ କୁମାରଙ୍କୁ ତୁରନ୍ତ ପଟଣା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ୫ ଜଣଙ୍କୁ ଗିରଫ କରିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରେ ଆହତ ହୋଇଛି । ତେବେ ପୋଲିସ ନିକଟରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଏନକାଉଣ୍ଟର କରାଯାଇଛି । ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ବିହାର ଆରରିଆରେ ମଧ୍ୟ ସମାନ ଘଟଣା ଘଟିଥିଲା । ସେଠାରେ ଜଣେ ଏଏସଆଇଙ୍କୁ ଆମ୍ରକଣ କରାଯାଇଥିଲା । ଘଟଣାସ୍ଥଳରେ ଏଏସଆଇ ରାଜୀବ କୁମାରଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button