୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓ ଦମନ ସରିବ: ଡିଜିପି

ଭୁବନେଶ୍ୱର: ନକ୍ସଲ ମୂଳପୋଛ ନେଇ ଓଡିଶା ପୋଲିସ ବଡ ପଦକ୍ଷେପ ନେଇଛି । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ମାଓବାଦୀ ମୂଳପୋଛକୁ ଟାର୍ଗେଟ କରାଯାଇଛି । ଅସ୍ତ୍ର ଛାଡି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ଆହ୍ୱାନ ରହିଛି । ମାଓବାଦୀଙ୍କୁ ସରେଣ୍ଡର ପାଇଁ ସ୍ୱତନ୍ତ୍ର ପଲିସି କରାଯାଇଛି । ଯେଉଁମାନେ ସରେଣ୍ଡର କରିବେ ପଲିସି ଅନୁସାରେ ସୁବିଧା ପାଇବେ । ଗତ ବର୍ଷ ୫ ଜିଲ୍ଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଥିଲ।। ବୌଦ୍ଧ , କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟରେ ସଫଳ ହୋଇଛୁ । ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ଜାରି ରହିବ ।



